Spread the love

ଶ୍ରୀନଗର: ରବିବାର ଦିନ ଜମ୍ମୁକଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡିଛି | ଜମ୍ମୁକାଶ୍ମୀରର ରିୟାସି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି | ପ୍ରାରମ୍ଭିକ ଖବର ଅନୁଯାୟୀ, ଆତଙ୍କବାଦୀମାନେ ବସ୍ ଉପରେ ଗୁଳି ଚଳାଇଥିଲେ, ପରେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କୁହାଯାଉଛି ଯେ ଏହି ବସ୍ ଜିଲ୍ଲାର ଶିବଖୋଡି ଅଭିମୁଖେ ଯାଉଥିଲାବେଳେ ରାସ୍ତାରେ ଆକ୍ରମଣ ହେତୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ରିୟାସି ଜିଲ୍ଲା କଲେକ୍ଟର ବିଶେଷ ମହାଜନ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ବସଟି ଖାଲରେ ପଡ଼ିଯିବା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ଆତଙ୍କବାଦୀମାନେ ବସ୍‌ ଉପରକୁ ଗୁଳି ଚଳାଇଥିଲେ। ଏହି ବସ୍ ତୀର୍ଥଯାତ୍ରୀମାନଙ୍କୁ ଶିବଖୋଡି ମନ୍ଦିରକୁ ନେଇ ଯାଉଥିଲା। ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ପୋନି ଅଞ୍ଚଳର ତେରିୟଥ ଗ୍ରାମରେ ଏହି ବସ୍ ଉପରେ ଆକ୍ରମଣ କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ତୁରନ୍ତ ପୁଲିସ, ସେନା ଏବଂ ସାମରିକ ବାହିନୀର ଟିମ୍ ଉଦ୍ଧାର ପାଇଁ ପଠାଯାଇଥିଲା। ଏହି ଘଟଣାର ଏକ ଭିଡିଓ ଦେଖାଯାଉଛି ଯେଉଁଥିରେ ବସ୍ ରାସ୍ତାରୁ ଅନେକ ଫୁଟ ତଳକୁ ଖସି ପଡିଥିବାର ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଅଛନ୍ତି।

Leave a Reply

Your email address will not be published. Required fields are marked *