Spread the love

ମାଲକାନଗିରି: ନିଖୋଜ ଡାକ୍ତର ଅମ୍ଳାନ ଭୋଇ ଠାବ। କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଠାବ ହୋଇଛନ୍ତି। କର୍ଣ୍ଣାଟକରୁ ଡାକ୍ତରଙ୍କୁ ଠାବ କଲା କାଲିମେଳା ପୋଲିସ। ଗତ କିଛି ତଳେ ନିଖୋଜ ହୋଇଥିଲେ ଡାକ୍ତର। ଥାନାରେ ଏତଲା ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।

ସୂଚନା ଥାଉକି ଶନିବାର ବିଳମ୍ବିତ ରାତିରୁ ଡାକ୍ତର ଭୋଇ ନିଖୋଜ ଥିଲେ। ରବିବାର ସକାଳେ କ୍ବାର୍ଟର୍ସ ସମ୍ମୁଖରୁ ମିଳିଥିବା ଚିଠିରୁ ମାଓବାଦୀ ଅପହରଣ କରିଥିବା ଅନୁମାନ କରାଯାଉଥିଲା। କିନ୍ତୁ ଉକ୍ତ ଚିଠିକୁ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରୁଥିଲେ ପରିବାର ଲୋକେ। ଏହି ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ । ଅମ୍ଲାନଙ୍କ ବାପା, ମାମୁଁ, ସମ୍ପର୍କୀୟ ଏବଂ ସାହିବାସିନ୍ଦା ମିଳିତ ଭାବେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ସହ ଅମ୍ଳାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *