Spread the love

ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIକୁ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ନାଗପୁର ଜିଲ୍ଲା କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।

ଏହା ବାଦ୍ ଅଗ୍ରୱାଲଙ୍କୁ ୧୪ ବର୍ଷର କଠୋର କାରାଦଣ୍ଡ (Rigorous Imprisonment) ସହ ୩,୦୦୦ ଟଙ୍କାର ଜରିମାନା ପକାଯାଇଛି। ନିଶାନ୍ତଙ୍କୁ ସରକାରୀ ଗୋପନୀୟତା ଅଧିନିୟମ ଆଧାରରେ ଦଣ୍ଡିତ କରାଯାଇଛି।

ସୂଚନା ଅନୁସାରେ, ନାଗପୁରରେ ଥିବା ବ୍ରହ୍ମୋସ ଏରୋସ୍ପେସର କ୍ଷେପଣାସ୍ତ୍ର କେନ୍ଦ୍ରର ଟେକ୍ନିକାଲ ରିସର୍ଚ୍ଚ ବିଭାଗରେ ନିୟୋଜିତ ଥିଲେ। ୨୦୧୮ରେ ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ଆଣ୍ଟି-ଟେରୋରିଜମ ସ୍କ୍ୱାର୍ଡ (ATS) ମିଳିତ ଭାବେ ତଦନ୍ତ କରି ନିଶାନ୍ତଙ୍କୁ ଗିରଫ କରିଥିଲା।

ତାଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ ହୋଇଥିଲା। ସେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI)କୁ ସମ୍ବେଦନଶୀଳ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲା ଉପରେ ଆଜି ନାଗପୁର ଜିଲ୍ଲା କୋର୍ଟ ଶୁଣାଣି କରି ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ଶୁଣାଣି ସମୟରେ ଅତିରିକ୍ତ ସେଶନ କୋର୍ଟର ବିଚାରପତି ଏମ.ଭି ଦେଶପାଣ୍ଡେ କହିଛନ୍ତି ଧାରା 235 ଆଧାରରେ ନିଶାନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *