Spread the love

ମିଳିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର୍‌। ଗତ ୧୫ ଦିନ ହେବ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଏକ ଫର୍ଚୁନର କାର୍‌ ଚୋରି ହୋଇଯାଇଥିବା ବେଳେ ଏହାକୁ ପୁଲିସ ବନାରସରୁ ଉଦ୍ଧାର କରିଛି। ଏହି ମାଲାରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଚୋରି ପରେ କାର୍‌କୁ ଅଭିଯୁକ୍ତମାନେ ୧୫ ଦିନରେ ୯ ଟି ସହରରେ ବୁଲିଥିଲେ ବୋଲି ପୁଲିସ୍ କହିଛି।

ମାର୍ଚ୍ଚ ୧୯ ତାରିଖରେ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ ନଡ୍ଡାଙ୍କ କାର୍‌ ଚୋରି ହୋଇଥିଲା। ଏନେଇ ଥାନାରେ ଡ୍ରାଇଭର ଅଭିଯୋଗ କରିବା ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଗତକାଲି ଉକ୍ତ କାର୍‌କୁ ପୁଲିସ ଉଦ୍ଧାର କରିଛି।

ପୁଲିସ କହିବା ମୁତାବକ, ବଡକଲର ଶାହିଦ ଓ ଶିବାଙ୍ଗ ତ୍ରିପାଠୀଙ୍କୁ ଏହି ଏସ୍‌ୟୁଭି କାର୍‌ ଚୋରି ମାମଲାରେ ଗିରଫ କରାଯାଇଛି। ଅଭିଯୁକ୍ତମାନେ କ୍ରେଟା କାର୍‌ରେ ଆସି ନଡ୍ଡାଙ୍କ ଗାଡିକୁ ଚୋରି କରିଥିଲେ। ଯେତେବେଳେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା, ଅଭିଯୁକ୍ତମାନେ ହିମାଚଳ ପ୍ରଦେଶରୁ ଗାଡି ନେଇ ଗୁରୁଗ୍ରାମ ଆଡକୁ ଯାଉଥିବାର ଦେଖିବାକୁ ପାଇଥିଲେ।

ତେବେ ଅଭିଯୁକ୍ତମାନେ ରାସ୍ତାରେ ଫର୍ଚୁନର କାରର ନମ୍ବର ପ୍ଲେଟକୁ ବଦଳାଇ ଦେଇଥିଲେ। ଏହା ପରେ ଆଲିଗଡ, ଲଖିମପୁର ଖେରୀ, ବରେଲି, ସୀତାପୁର ଏବଂ ଲକ୍ଷ୍ନୌ ଦେଇ ବାରାଣସୀରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ଏହି କାର୍‌କୁ ନାଗାଲ୍ୟାଣ୍ଡ ପଠାଇବା ପାଇଁ ଯୋଜନା କରିଥିଲେ।

ଅଭିଯୁକ୍ତ ସହିଦ ଦିଲ୍ଲୀର ମୈଦାନଗଢ଼ି ପୁଲିସ୍ ଷ୍ଟେସନ ଦ୍ବାରା ଜଣେ ଓ୍ୱାଣ୍ଟେଡ୍‌ ଅପରାଧୀ। ତା’ ବିରୋଧରେ ୬୦ ରୁ ଅଧିକ ମାମଲା ରୁଜୁ ହୋଇଛି। କାର ଚୋରି କରିବାରେ ସାହାଯ୍ୟ କରିଥିବାରୁ ତାଙ୍କ ଝିଅ ସାନା ଏବଂ ଜ୍ୱାଇଁ ଫାରୁକଙ୍କୁ ବରେଲି ପୁଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *