Spread the love

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ରବିବାର ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି। ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍‌ ଦେଇଛି।

ବଲାଙ୍ଗୀରରେ ସଂଗୀତା କୁମାରୀ ସିଂହଦେଓ, ସୁନ୍ଦରଗଡ଼ରେ ଜୁଏଲ ଓରାମ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଳାହାଣ୍ଡିରେ ମାଲବିକା କେଶରୀ ଦେଓ, ନବରଗଂପୁରରେ ବଳଭଦ୍ର ମାଝୀ, ଜଗତସିଂହପୁରରେ ବିଭୁ ତରାଇ, ବରଗଡ଼ରେ ପ୍ରଦୀପ ପୁରୋହିତ, କେନ୍ଦୁଝରରେ ଅନନ୍ତ ନାୟକ, ଆସିକାରୁ ଅନିତା ଶୁଭଦର୍ଶିନୀ, କୋରାପୁଟରୁ କାଲେରାମ ମାଝୀ, ମୟୂରଭଂଜରେ ନବ ମାଝୀଙ୍କୁ ପ୍ରାର୍ଥୀ କରିଛି। କଟକ, କନ୍ଧମାଳ ଓ ଯାଜପୁର ପାଇଁ ‌ପ୍ରାର୍ଥୀ ଘୋଷଣା କରି ନାହିଁ।

Leave a Reply

Your email address will not be published. Required fields are marked *