Spread the love

ବାଙ୍କୀ : ଆଜି ହେଉଛି ପବିତ୍ର ମହା ଶିବରାତ୍ରୀ । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠୁଛି ସାରା ସହର । ଦେବ ଦେବ ମହାଦେବଙ୍କ ପୂଜା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ, ଆଖଣ୍ଡଳମଣି, କପିଳାସ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଉ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପବିତ୍ର ଜାଗରରେ ଚଳଚଞ୍ଚଳ ହୋଇଛି ଧବଳେଶ୍ଵର ପୀଠ ଏବଂ ଭୁବନେଶ୍ୱର ଲିଙ୍ଗରାଜ ପୀଠ । ପୂଜକ ସମିତି ପକ୍ଷରୁ ଭୋର ଚାରିଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ କେତକୀ ଫୁଲରେ ସଜ୍ଜିତ କରାଯାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଧବଳେଶ୍ବର। ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି କରାଯାଇ ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏ ରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି କରାଯାଇଛି । ସୁରକ୍ଷା କୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି। ଏଥିସହ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଦେବ ଦେବ ମହାଦେବଙ୍କ ପୂଜା ଦିନରେ କଟକ ଜିଲ୍ଲାର ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ହାଇ ଲେବୁଲ ବ୍ରିଜ ତଳ ମହାନଦୀରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ମତ୍ସ୍ୟଜିବି ମାନେ ମହାନଦୀର ପାଣି ଭିତରୁ ଉଦ୍ଧାର କରିଛନ୍ତି ଷାଠିଏରୁ ଉର୍ଦ୍ଧ୍ବ ପିତଳ ନାଗ ମୂର୍ତ୍ତୀ । ଆଉ ଦୁଇ ଗୋଟି ବୃଷଭ ମୂର୍ତ୍ତୀ । ତେବେ ମତ୍ସ୍ୟଜିବୀ ମାନେ ଡଙ୍ଗାରେ ଯାଉଥିବା ବେଳେ ଜାଲରେ ଲାଗିଥିଲା ଗୋଟିଏ ପରେ ଗୋଟିଏ ନାଗ ମୂର୍ତ୍ତୀ। ପାଣି ଭିତରେ ଥିବା ସମସ୍ତ ନାଗମୂର୍ତ୍ତୀ ଓ ଦୁଇଟି ବୃଷଭ ମୂର୍ତ୍ତୀ ଆଣି ନିକଟସ୍ଥ ଶିବ ମନ୍ଦିରରେ ରଖାଯାଇଛି । ତେବେ ପୁଣି ଯେତେବେଳେ ପାଣି ଭିତରକୁ ଯାଇଥିଲେ ସେତେବେଳେ ପୁଣି ନାଗମୂର୍ତ୍ତି ପାଇଥିଲେ । ଏମିତି ୬୦ ଟି ନାଗମୂର୍ତ୍ତି ପାଇଛନ୍ତି ମତ୍ସ୍ୟଜୀବୀ । ତେବେ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ନାଗ ମୂର୍ତ୍ତୀ କେଉଁଠୁ ଆସିଲା କିଏ ପାଣିରେ ପକାଇଛି ତଦନ୍ତ କଲେ ଜଣାପଡ଼ିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *