

ସମ୍ମାନିତ ଅତିଥିଭାବେ ଇଂ. ଧୀରେନ୍ଦ୍ରନାଥ ବିଶ୍ବାଳ, ଇଂ. କାଶୀନାଥ ମିତ୍ର, ଶିକ୍ଷାବିତ୍ କୁନ୍ତଳା ଖଟୁଆ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମିତ୍ରଙ୍କ ସ୍ମୃତିଚାରଣ କରିଥିଲେ | ଏହି ଅବସରରେ ଭରତପଡ଼ା ମାହାଙ୍ଗାର ଜନାର୍ଦ୍ଦନ ମହାନ୍ତିଙ୍କୁ ଡ. ଗଜେନ୍ଦ୍ରନାଥ ମିତ୍ର ସ୍ମୃତି ସମ୍ମାନ ୨୦୨୪ ସମ୍ମାନେର ସମ୍ମାନିତ କରାଯାଇଥିଲା | ବିଜ୍ଞାନପ୍ରଚାର ସମିତି ସାଲେପୁର ଦ୍ବାରା ସଂପାଦିତ ପୁସ୍ତକ ‘ଦୈନନ୍ଦନ ବ୍ୟବହାରରେ ଔଷଧୀୟ ବୃକ୍ଷ’ ଏବଂ ସୁକାନ୍ତ କିଶୋର ମହାନ୍ତିଙ୍କ ରଚିତ ‘ସାହିତ୍ୟାନୁରାଗୀ ବିଜ୍ଞାନୀ ଗୁରୁଚରଣ’ ଉନ୍ମୋଚିତ ହୋଇଥିଲା | ଇଂ. ହରିହର ତ୍ରିପାଠୀଙ୍କ ଦ୍ବାରା ସଂଚାଳିତ ଏହି କାର୍ଯ୍ୟକ୍ରମରେ ସାଲେପୁର ଶାଖାର ପ୍ରତିଷ୍ଠାତା ସଦସ୍ୟ ସୁକାନ୍ତ କିଶୋର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ବିପିନ ବିହାରୀ କର ସମିତିର କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ | ଡ. ପୂର୍ଣ୍ଣଚନ୍ଦ୍ର ଓଝା ଉନ୍ମୋଚିତ ପୁସ୍ତକ ଉପରେ ଆଲୋକପାତ କରିଥିଲେ | ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମିତିର ସଂପାଦକ ମହେଶଚନ୍ଦ୍ର କର | କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ |
