
ଆମ ହସପିଟାଲ ଯୋଜନା ପାଇଁ ୧୩୧୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଓ ପରିବାର କଲ୍ୟାଣ ଯୋଜନା ପାଇଁ ୬୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ପାଇଁ ୨୯୯୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଏଥିରେ ମେଡିକାଲ ଶିକ୍ଷାନୁଷ୍ଠାନକୁ ସହାୟତା ପାଇଁ ୫୬୦ କୋଟି ଅନ୍ତର୍ଭୁକ୍ତ । ଜାତୀୟ ସ୍ବାସ୍ଥ୍ୟ ମିସନ ପାଇଁ ୧୬୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ମିସନ ପାଇଁ ୩୩୮ କୋଟି ଟଙ୍କା ଦିଆଯାଇଛି ।