
ଏସସିବି ଆଇସିୟୁରେ ବେଡ୍ ନାହିଁ କହି ଏମାନେ ରୋଗୀଙ୍କୁ ଅନ୍ୟ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରୁଥିଲେ। ଦୀର୍ଘବର୍ଷ ଧରି ଏମାନେ ରୋଗୀ ସ୍ଥାନାନ୍ତର କରିଆସୁଥିବା ଅଭିଯୋଗ ହୋଇଥିଲା। ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ଦଲାଲଙ୍କ ଉପରେ ନଜର ରଖିଥିଲା। ଆଜି ୫ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ତେବେ ଏହି ଦଲାଲଙ୍କ ସହ କେଉଁ କେଉଁ ନର୍ସିଂହୋମର ଲିଙ୍କ ରହିଛି ସେନେଇ ଖୋଳତାଡ଼ ଜାରି ରହିଥିବା ଏସିପି କହିଛନ୍ତି।