Spread the love

 

Naveen-most-popular-CM-India-Today

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି। ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି। ବିରୋଧୀ ଏନେଇ ହୀନ ରାଜନୀତି କରୁଛନ୍ତି।

BSKY ଦେଶର ସବୁଠାରୁ ଭଲ ଯୋଜନା। ଲାଭ ଯୋଜନା ଆଦିବାସୀଙ୍କ ପାଇଁ ବହୁତ ସହାୟକ ହେବ। ଓଡିଶା ରାଜସ୍ୱ ବଳକା ରାଜ୍ୟରେ ପରିଗଣିତ ହୋଇଛି । ୨୦୦୦ ମସିହାରେ ମୁଁ ସରକାରକୁ ଆସିଲା ବେଳେ ରାଜ୍ୟରେ ୭୦ ଭାଗ ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିଲେ। ଏବେ ୧୦ ପ୍ରତିଶତ ଅଛନ୍ତି। ଏହା ଏକ ବଡ଼ ସଫଳତା।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲିଙ୍ଗରାଜ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଇଥିଲା। ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା କଥା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି।

 

Leave a Reply

Your email address will not be published. Required fields are marked *