
ପରମ୍ପରା ଅନୁସାରେ ମାଧିପୁରର ତ୍ରିବେଣୀଶ୍ୱର ମହାପ୍ରଭୁ, କୁରୁଜଙ୍ଗରେ ଦଖିଣେଶ୍ୱର ଓ ସନ୍ତପୁରରେ ଐସାଣେଶ୍ୱର ମହାପ୍ରଭୁ ତିନି ୧୫ ତାରିଖ ଷଷ୍ଠୀ ରାତ୍ର ୯.୫୫ରେ ବିମାନବିଜେ କରିବେ। ରାତି ୧୨ଟାରେ ତିନିଠାକୁର କୋଣାର୍କ ଏନ୍ଏସି ମଣ୍ଡପରେ ଏକତ୍ର ହେବା ପରେ ଭୋଗ ଲାଗି କରାଯିବ। ତିନି ଠାକୁର ପାରମ୍ପାରୀକ ଶୋଭାଯାତ୍ରାରେ ରାତି ସାଢ଼େ ୩ ଟାରେ ଚନ୍ଦ୍ରଭାଗା ସ୍ନାନ ମଣ୍ଡପରେ ପହଞ୍ଚିବେ। ତା’ପଦିନ ଅର୍ଥାତ ୧୬ ତାରିଖ ଭୋର ୪.୩୪ମିନିଟରେ ଠାକୁରଙ୍କ ମହାସ୍ନାନ ଓ ନୀତି କାନ୍ତି, ସାଧୁସନ୍ଥଙ୍କ ଦ୍ୱାରା ମହା ଆଳତୀ। ପରେ ଶ୍ରଦ୍ଧାଳୁଙ୍କୁ ବୁଡ ପକାଇବା ପାଇଁ ଅନୁମତି ମିଳିବ।
ପୌରାଣୀକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ପାଇଥିଲେ। ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ।