
ଏଥିସହିତ ୨୧ବର୍ଷରୁ କମ ଯୁବକ-ଯୁବତୀ ଯଦି ଏକାଠି ରହିବାକୁ ଚାହୁଁଛନ୍ତି ତେବେ ବାପା ଓ ମା’ଙ୍କ ଏଥିପ୍ରତି ସହମତି ରହିଥିବା ନିହାତି ଆବଶ୍ୟକ ହେବ। ତେବେ ଏହି ନିୟମ ସେହି ବ୍ୟକ୍ତିଙ୍କ ଉପରେ ଲାଗୁ ହେବ ଯେଉଁମାନେ ଉତ୍ତରାଖଣ୍ଡର ବାସିନ୍ଦା ଥିବା ବେଳେ ଅନ୍ୟ ରାଜ୍ୟରେ ଲିଭ-ଇନରେ ଅଛନ୍ତି ବା ରହିବାକୁ ଯୋଜନା କରୁଛନ୍ତି। ଏହି ନିୟମ ଯେଉଁ ଯୋଡ଼ି ନମାନିବେ ସେମାନଙ୍କ ଉପରେ ଛଅ ମାସ ଜେଲ କିମ୍ବା ୨୫,୦୦୦ ଟଙ୍କା ଜରିମନା ବି ଲାଗୁ ହୋଇପାରେ।
ବିଲରେ ଏହା ବି ପ୍ରସ୍ତାବ ରହିଛି କି, ଯଦି କୌଣସି ଯୋଡ଼ିଙ୍କ ମଧ୍ୟରୁ ଜଣେ ବିବାହିତ ଅଛନ୍ତି, କି ଜଣେ ନାବାଳିକା ଅଛନ୍ତି, କି ଜଣଙ୍କୁ ଜୋରଜବରଦସ୍ତି ସାଥୀରେ ରହିବାକୁ ବାଧ୍ୟ କରାଯାଉଛି ଏପରି କ୍ଷେତ୍ରରେ ଲିଭ-ଇନ ରିଲେସନସିପର ପଞ୍ଜିକରଣ ହେବନାହିଁ।
ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଲିଭ-ଇନ ରିଲେସନସିପର ରେଜିଷ୍ଟ୍ରେସନ ପାଇଁ ଏକ ୱେବସାଇଟ ପ୍ରସ୍ତୁତ କରାଯାଉଛି। ଏଥିରେ ପଞ୍ଜିକରଣ କରିଥିବା ଯୋଡ଼ିଙ୍କ ଯାଞ୍ଚ କରାଯିବ। ଯାଞ୍ଚ ପରେ ଲିଭଇନରେ ରହିବାକୁ ଯେଉଁ ଯୋଡ଼ି ଯୋଗ୍ୟଥିବେ ସେମାନଙ୍କୁ ଅନୁମତି ପ୍ରଦାନ କରାଯିବ।