
ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାକିସ୍ତାନର ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆଜି ଭୋଅର ତିନିଟା ବେଳେ ଆତଙ୍କବାଦୀମାନେ ପୁଲିସ ଷ୍ଟେସନ ଉପରକୁ ଆକ୍ରମଣ କରିଥିଲେ। ପ୍ରଥମେ ଦୂରରୁ ଥାଇ ଆକ୍ରମଣ କରିବା ପରେ ପୁଲିସ ଷ୍ଟେସନକୁ ପ୍ରବେଶ କରିଥିଲେ। ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ୧୦ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ଏହି ଆକ୍ରମଣ ପଛରେ କାହାର ହାତ ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଦେଶରେ ଫେବ୍ରୁଆରୀ ୮ରେ ନିର୍ବାଚନ ଥିବାବେଳେ ଏହାର ତିନି ଦିନ ପୂର୍ବରୁ ହମଲା କରିଛନ୍ତି ଆତଙ୍କବାଦୀ।
ଗତ କିଛି ଦିନ ହେବ ଖାଇବର ପାଖତୁନଖ୍ୱା ଅଞ୍ଚଳ ଏବଂ ବଲୁଚିସ୍ତାନରେ ଆତଙ୍କୀ ହମଲା ବଢିବାରେ ଲାଗିଛି। ଆଫଗାନିସ୍ତାନ ସୀମାରେ ଥିବା ଆଦିବାସୀ ଜିଲ୍ଲାରେ ଜାନୁଆରୀ ୩୧ରେ ଜଣେ ବିଧାନସଭା ପ୍ରାର୍ଥୀ ରେହାନ ଜେବ ଖାନଙ୍କ ସମେତ ତାଙ୍କର ଚାରି ଜଣ ସହକର୍ମୀଙ୍କୁ ହତ୍ୟା କରାଯାଇଥିଲା। ମୃତ ପ୍ରାର୍ଥୀ ଜଣକ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ବୋଲି କୁହାଯାଉଛି।
ସେହିପରି ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୩୦ ରେ, ବଲୁଚିସ୍ତାନରେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ଆଇନଜୀବୀ ଏଜେଣ୍ଟଙ୍କ ସମେତ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ବଲୁଚ୍ ଲିବେରେସନ୍ ଆର୍ମି (BLA) ନିଜକୁ ଦାୟୀ କରିଥିଲେ।