
ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ହୀରାକୁଦ ଆସୁଥିବା ଶିବମ୍ ନାମକ ଏକ ଘରୋଇ ବସ୍ (ଓଡି୧୫-ସି୩୧୫୫) ଭୋର ୪ଟା ୪୫ ମିନିଟ୍ ସମୟରେ ଚାରମାଳ ଥାନା ନୂଆପଡ଼ା ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଥିଲା। ଏଥିରେ କଣ୍ଡକ୍ଟର ରାଜ କୁମାର ମହାନ୍ତିଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟ ଗୁରୁତର ବ୍ୟକ୍ତିମାନେ ହେଲେ ଯାଜପୁରର ନରେନ୍ଦ୍ର ନାଥ ଶର୍ମା (୬୦) ଓ ତାଙ୍କ ପତ୍ନୀ ତିରନାଥ ଶର୍ମା (୫୦), କଟକ ଖୁଣ୍ଟୁଣୀ ଅଞ୍ଚଳର ମିତ୍ରଭାନୁ ରାଉତ(୨୬), ସମ୍ବଲପୁରର ଅନ୍ନପୂର୍ଣ୍ଣା ବାରିକ, ସୁବୁଦ୍ଧି ବାରିକ, ଆନନ୍ଦପୁରର ପ୍ରଶାନ୍ତ ଦାସ(୫୦) ଏବଂ ଭଦ୍ରକର ବାଦଲ ରାଉତ(୫୮)।