
ୟୁପି ଏଡସ୍ କଣ୍ଟ୍ରୋଲ୍ ସୋସାଇଟିର ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ନୌର ଜିଲ୍ଲା ଜେଲରେ ଏଚ୍ଆଇଭି ପରୀକ୍ଷା କରିଥିଲା। କଏଦୀମାନଙ୍କର ଏହି ପରୀକ୍ଷା ଡିସେମ୍ବର ୨୦୨୩ରେ କରାଯାଇଥିଲା। ଏବେ ରିପୋର୍ଟ ସାମ୍ନାକୁ ଆସିବା ପରେ ୩୬ ଜଣ କଏଦୀ ଏଚ୍.ଆଇ.ଭିରେ ସଂକ୍ରମିତ ଥିବା ଜଣାପଡିଛି। ଏହା ପରେ ଜେଲ ପ୍ରଶାସନ ଆକ୍ଟିଭ ମୁଡ୍କୁ ଆସିଛି। କଏଦୀମାନଙ୍କ କାଉନ୍ସିଲିଂ ଆରମ୍ଭ ହୋଇଛି। ଏ ସମସ୍ତ କଏଦୀ କିଭଳି ଏଚ୍ଆଇଭିରେ ସଂକ୍ରମିତ ହେଲେ ସେ ନେଇ ଯାଞ୍ଚ ଚାଲିଛି।
ଏହାପୂର୍ବରୁ ଉକ୍ତ ଜେଲରେ ୧୧ ଜଣ କଏଦୀ ଏଚ୍ଆଇଭିରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଏମାନଙ୍କୁ ମିଶାଇ ମୋଟ ଏଚ୍ଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। KGMU ର ଆଣ୍ଟି ରେଟ୍ରୋ ଭାଇରାଲ୍ ଥେରାପି ସେଣ୍ଟରରେ ସମସ୍ତ ସଂକ୍ରମିତ କଏଦୀଙ୍କୁ ଚିକିତ୍ସା କରାଯାଉଛି।