
ଛାତ୍ରଛାତ୍ରୀମାନେ ଆଗାମୀ ସମାଜ ଗଢିବାର ପ୍ରମୁଖ ଭୂମିକା ନେବେ। ସମାବେଶରେ ବରେଣ୍ୟ ଅତିଥି ଭାବରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ ଛାତ୍ର ଛାତ୍ରୀମାନେ ନିଜ ନିଜ ଭବିଷ୍ୟତ ଗଢ଼ିବା ଦିଗରେ ଯେତିକି ସଚେତନ ହେବେ ଦେଶ ର ବିକାଶ ଦିଗରେ କାର୍ଯ କରିବା ପାଇଁ ଶପଥ ନେବା ଉଚିତ। ସଭାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇ କହିଲେ, ଛାତ୍ରଛାତ୍ରୀ ମାନଙ୍କର ବିକାଶ ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପାଠ ପଢା ସହ ସେମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ସରକାର କରୁଛନ୍ତି। ଆଜି ଭଦ୍ରକରେ ଏହି ବିଶାଳ ଛାତ୍ର ସମାବେଶ ବେଶ ସଫଳ ହୋଇଛି ବୋଲି କହିଥିଲେ। ସଭାରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ଡିଆରଡିଏ କାର୍ଯ ନିର୍ବାହୀ ଅଧିକାରୀ, ଭଦ୍ରକ ଏସ ପି ବରୁଣ ଗୁଣ୍ଠୁ ପାଲ୍ଲୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ଏହି ସମାବେଶରେ ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ଭାଗନେଇ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲେ।