
ସୂଚନାଯୋଗ୍ୟ ଯେ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ଘୋଷଣା କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ସୂଚନା ଦେଇ ମୁଁ ବହୁତ ଖୁସି। ଏହି ସମ୍ମାନ ପାଇଥିବାରୁ ମୁଁ ତାଙ୍କ ସହ ଫୋନ୍ ରେ କଥା ହୋଇ ଅଭିନନ୍ଦନ ଜଣାଇଥିଲି।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବିକାଶରେ ଲାଲକୃଷ୍ଣ ଆଡଭାନୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ତାଙ୍କୁ ଦେଶର ଅନ୍ୟତମ ସମ୍ମାନିତ ରାଜନେତା ଭାବରେ ବର୍ଣ୍ଣନା କରିଥିଲେ ।