
ଆସନ୍ତା ୫ ତାରିଖରେ ବିଧାନସଭାରେ ଚମ୍ପାଇ ସୋରେନ୍ଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡର ମେଣ୍ଟ ସରକାରଙ୍କ ଫ୍ଲୋରଟେଷ୍ଟ ହେବ। ମନ୍ତ୍ରୀ ଆଲମଗିରି ଆଲମ କ୍ୟାବିନେଟ୍ ବୈଠକ ପରେ ଏ କଥା କହିଥିଲେ। ହେମନ୍ତ ସୋରେନ୍ଙ୍କ ଇସ୍ତଫା ପରେ ଜେଏମ୍ଏମ୍ ବିଧାୟକ ଦଳର ନେତା ଚମ୍ପାଇ ସୋରେନ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
କ୍ୟାବିନେଟ୍ରେ ସଂଖ୍ୟାଗରିଷ୍ଠତା ହାସଲ କିରବା ପାଇଁ ୫ ଓ ୬ ଫେବ୍ରୁଆରୀରେ ବିଧାସନାଭା ଅଧିବେଶନ ଡକାଯାଇଛି। ଏହି ଦୁଇଦିନ ଭିତରେ ଝାଡଖଣ୍ଡ ସରକାର ଆସ୍ଥା ଓ ସଂଖ୍ୟାଗରିଷ୍ଠତା ପ୍ରଦର୍ଶନ କରିବେ। ତେବେ ଏହା ପୂର୍ବରୁ ଘୋଡ଼ ବେପାର ଭୟରେ ଝାଡଖଣ୍ଡ ସରକାର ନିଜର ସମସ୍ତ ୪୦ ବିଧାୟକଙ୍କୁ ହାଇଦ୍ରାବାର ଏକ ରିଜର୍ଟକୁ ପଠାଇ ଦେଇଛି। ଫ୍ଲୋରଟେଷ୍ଟ ନିଜ ଏ ସମସ୍ତ ବିଧାୟକ ଝାଡଖଣ୍ଡ ଆସି ପହଞ୍ଚିବେ।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୩୧ ତାରିଖରେ ମନିଲଣ୍ଡରିଂ ମାମଲାରେ ହେମନ୍ତ ସୋରେନ୍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରିବା ପାଇଁ ଶନିବାର ବିରସା ମୁଣ୍ଡା ସେଣ୍ଟ୍ରାଲ ଜେଲ୍ରୁ ରାଞ୍ଚି ସ୍ଥିତ ଇଡି ଅଫିସକୁ ଅଣାଯାଇଥିଲା। ପିଏମ୍ଏଲ୍ଏ କୋର୍ଟ ଶୁକ୍ରବାର ହେମନ୍ତ ସୋରେନ୍ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଇଡିକୁ ଅନୁମତି ଦେଇଥିଲେ। ତେବେ ରିମାଣ୍ଡ ବେଳେ ହେମନ୍ତ ସୋରେନ୍ଙ୍କୁ ଅଧ ଘଣ୍ଟା ପାଇଁ ନିଜ ପରିବାର ଓ ଓକିଲଙ୍କ ସହ ମିଶିବା ପାଇଁ ଅନୁମତି ଦିଆଯାଇଛି।