
କଳା ଜିରା ଚାଉଳକୁ ଜିଆଇ ଟ୍ୟାଗ୍ ମିଳିବା ପରେ ସେଠାକାର ଚାଷୀ ବେଶ୍ ଖୁସି ,ଶ୍ରଦ୍ଧା ଓ ଭକ୍ତିର ସହ ଏକ କୁଇଣ୍ଟାଲ ଚାଉଳ ଧରି ମହାପ୍ରଭୁଙ୍କ ପାଇଁ ଆଣି ଆସୁଛନ୍ତି। ଗୋଟିଏ ଏକର ଜମିରେ ପ୍ରାୟ ୭-୮ କୁଇଣ୍ଟାଲ ଚାଉଳ ହୋଇଥାଏ। ଏହି ଚାଉଳ ହେବା ପାଇଁ ୧୪୫ ଦିନ ସମୟ ଲାଗିଥାଏ। କଳା ଜିରା ଚାଉଳରେ ଖେଚୁଡ଼ି ଓ ଖିରି ପ୍ରସ୍ତୁତ ହୋଇଥାଏ।ପାହାଡିଆ ଅଞ୍ଚଳ କୋରାପୁଟରେ ଭୌଗୋଳିକ ପରିବେଶ ଓ ଜଳବାୟୁ ଏହି ଚାଷ ପାଇଁ ପ୍ରକୃଷ୍ଟ।