
ସୂଚନା ଅନୁସାରେ ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡ଼ା ଓ ଅଲୀଗୁଡ଼ା ନିକଟରେ ନକ୍ସଲମାନଙ୍କର ଉପସ୍ଥିତି ନେଇ ଯବାନମାନେ ଶିବିର ଲଗାଇବା ସହିତ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ତେବେ ସେଠାରେ ବ୍ୟାପକ ଭାବେ ମାଓବାଦୀମାନେ ଥିବାରୁ ସେମାନେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ମାଓବାଦୀମାନଙ୍କର ସଂଖ୍ୟା ଅଧିକ ଥିବାରୁ ସେମାନେ ସୁରକ୍ଷା ବାହିନୀର ଯବାନମାନଙ୍କୁ ସଫଳତାର ସହିତ ମୁକାବିଲା କରିପାରିଥିଲେ। ଫଳରେ ସେମାନଙ୍କର ଗୁଳିରେ ୩ ଜଣ ଯବାନ ସହିଦ ହୋଇଛନ୍ତି।
ମାଓ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ୧୪ ଜଣ ଯବାନଙ୍କୁ ଜଗଦଲପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କିନ୍ତୁ ଗୁରୁତରମାନଙ୍କୁ ଏୟାର ଲିଫ୍ଟ କରାଯାଇଛି ରାୟପୁର ସ୍ଥାନାନ୍ତରିତ କରାଯାଇଛି।
ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ, ତିନି ବର୍ଷ ପୂର୍ବରୁ ଅର୍ଥାତ ୨୦୨୧ ମସିହାରେ ମଧ୍ୟ ଏହି ସ୍ଥାନରେ ୨୩ ଜଣ ଯବାନ ସହିଦ ହୋଇଥିଲେ।