
ଏହି ଘଟଣା ଗତକାଲି ବିଳମ୍ବିତ ରାତିର ବୋଲି କୁହାଯାଉଛି । ଆଜି ସକାଳେ ସ୍ଥାନୀୟ ଲୋକମାନେ ଘରୁ ଧୂଆଁ ଉଠୁଥିବାର ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ହେଲେ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ପୂରା ପରିବାର ନିଆଁରେ ଜଳିସାରିଥିଲା । ପରିବାରର ସମସ୍ତ ସଦସ୍ୟ ଗୋଟିଏ ହିଁ କୋଠରୀରେ ଶୋଇଥିଲେ ।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ । ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଲୋକଙ୍କ କହିବା ହେଲା, କୋଠରୀ ବାହାରେ ତାଲା ପଡ଼ିଥିଲା । ତେଣୁ ଅନୁମାନ କରାଯାଉଛି ଯେ ପୂରା ପରିବାରକୁ ବାହାରୁ ବନ୍ଦ କରି କେହି ଏହି କାଣ୍ଡ ଘଟାଇଥାଇପାରେ । କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ କୌଣସି ବି ସ୍ପଷ୍ଟ ଉତ୍ତର ଦେଇନାହିଁ । ମାମଲାକୁ ନେଇ ପଚରାଉଚରା ଜାରି ରହିଛି ।
ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ସମ୍ଭାବ୍ୟ ସହାୟତା ଏବଂ ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ମୃତକମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।