
ବିକ୍ଷୋଭକାରୀମାନେ କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟକର ତଥା ସୁଲଭ ଖାଦ୍ୟର ମହତ୍ତ୍ୱ ଉପରେ ଜୋର୍ ଦେଇଥିଲେ । ଏହି ଘଟଣା ପରେ ସଂଗ୍ରହାଳୟରେ ନିୟୋଜିତ ସୁରକ୍ଷାକର୍ମୀମାନେ ପେଣ୍ଟିଂ ସମ୍ମୁଖରେ କଳା ପରଦା ଘୋଡାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ଘଟଣା ପ୍ୟାରିସରେ କୃଷକମାନଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଘଟିଛି । ଏଠାରେ କ୍ରମାଗତ ଭାବେ ଇନ୍ଧନର ମୂଲ୍ୟ ବୃଦ୍ଧି ଏବଂ ନିୟମାବଳୀକୁ ସରଳ କରିବାକୁ ଦାବି କରାଯାଉଛି ।
୧୯୫୦ ଦଶକ ଆରମ୍ଭରେ ମୋନାଲିସା ପେଣ୍ଟିଂକୁ ସୁରକ୍ଷା ଗ୍ଲାସ୍ ଭିତରେ ରଖାଯାଇଥିଲା । ଥରେ ଜଣେ ବ୍ୟକ୍ତି ଏହି ପେଣ୍ଟିଂ ଉପରେ ଏସିଡ୍ ପିଙ୍ଗି ଦେଇଥିଲେ, ଯଦ୍ଦ୍ଵାରା ପେଣ୍ଟିଂକୁ କ୍ଷତି ହୋଇଥିଲା । ଏହାପରେ ଏହାକୁ ଅଧିକ ସୁରକ୍ଷିତ ରଖିବା ପାଇଁ ବୁଲେଟ୍ ପ୍ରୁଫ୍ ଗ୍ଲାସରେ ସ୍ଥାପନ କରାଯାଇଥିଲା ।
ତେବେ ୧୯୧୧ ମସିହାରେ ସଂଗ୍ରହାଳୟର ଜଣେ କର୍ମଚାରୀ ଏଠାରୁ ପେଣ୍ଟିଂ ଚୋରି ଘଟଣାରେ ସାମିଲ ଥିଲେ । ୧୯୧୩ରେ ଏହି ପେଣ୍ଟିଂକୁ ପୁନରୁଦ୍ଧାର କରାଯାଇଥିଲା । ଇଟାଲୀର ଏକ ବଜାରରେ ଏହାକୁ ବିକ୍ରି କରାଯିବାକୁ ଚେଷ୍ଟା କରାଯାଇଥିଲା । ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଥିଲା ।