
ଏହି କାରଣରୁ କୁକୁଡ଼ା ଫାର୍ମଗୁଡ଼ିକରେ ଲକ୍ଷ ଲକ୍ଷ କୁକୁଡ଼ାଙ୍କ ମୃତ୍ୟୁ ହେବା ପରେ ତାଲା ଝୁଲୁଛି । ଏହାସହ ବଣୁଆ ପକ୍ଷୀମାନେ ମଧ୍ୟ ଆକଶରୁ ଖସି ପଡୁଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ପକ୍ଷୀଙ୍କୁ ବିପଦ ଓ ଅନ୍ୟପଟେ ମଣିଷଙ୍କୁ ବ୍ୟାପିବା ପରେ ଏବେ ଆହୁରି ଘାତକ ହେଉଛି ଗୃହପାଳିତ ପଶୁଙ୍କୁ ଏହି ଭୁତାଣୁ ଦାଉରୁ ରକ୍ଷା କେମିତି କରିବେ । ଲକ୍ଷଣ ସାମାନ୍ୟ ରୁ ମଧ୍ୟମ ଧରଣର ଲକ୍ଷଣ ଦେଖିବାକୁ ମିଳେ । ମୃତ ପକ୍ଷୀକୁ ସ୍ପର୍ଶ କଲେ ଅବା ସଂସ୍ପର୍ଶରେ ଆସିଲେ ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିଥାଏ ।