
ବିଭିନ୍ନ ଘର କାନ୍ଥରେ ଦଳୀୟ ଷ୍ଟିକର ମାରିବା ସହ ବିଜେପିକୁ ଭୋଟ ଦେବା ପାଇଁ କାନ୍ଥରେ ଲେଖି କେନ୍ଦ୍ର ମନ୍ତ୍ରୀ ନିବେଦନ କରିଛନ୍ତି। ଓଡ଼ିଶା ପରିବର୍ତ୍ତନ ଆଡ଼କୁ ମୁହାଉଁଥିବା ସେ କହିଛନ୍ତି। ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତକୁ ନେଇ ବହୁ ଆଶା ରହିଥିବା କଥା କହିଛନ୍ତି ଧର୍ମେନ୍ଦ୍ର। ଆଗାମୀ ଦିନରେ ଉପକୂଳ ଓଡ଼ିଶାକୁ ବି ପ୍ରଧାନମନ୍ତ୍ରୀ ଆସିବେ ବୋଲି ସେ ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗସ୍ତ କରିବା ସହ ସାଧାରଣ ଭୋଟରଙ୍କୁ କେନ୍ଦ୍ର ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।