
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶରେ ଦୁଇଟି ବଡ଼ ମହିଳା ସମାବେଶ ଆୟୋଜନ ହେଉଛି । ଗୋଟିଏ ମଧ୍ୟପ୍ରଦେଶରେ ଏବଂ ଅନ୍ୟଟି ଓଡ଼ିଶାରେ ହେବ । ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶ ଆୟୋଜନ ହେବାକୁ ଯାଉଛି ।
ଏଥିରେ ବହୁ କେନ୍ଦ୍ରୀୟ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ତେଣୁ ଫେବୃଆରୀ ୧୦ ତାରିଖରେ ମୋଦି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୨୫ ହଜାର ମହିଳା ଏକାଠି ହେବେ । ସମାବେଶରେ ମହିଳା ମାନଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।