
ଏଥିରେ ୫ ହଜାର ମହିଳା ଶାଢ଼ି ପିନ୍ଧି ଦୌଡ଼ିଥିଲେ । ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି । କିଟ୍ ରେ ମହିଳା କର୍ମଚାରୀଙ୍କ ପ୍ରତିଶତ ମଧ୍ୟ ଅଧିକ । ଏହି ମାରାଥନରେ ମହିଳାମାନେ ପାରମ୍ପରିକ ବସ୍ତ୍ର ପରିଧାନ କରି ଅଂଶଗ୍ରହଣ କରିଥିଲେ । ଏହା ଓଡ଼ିଶାର ପାରମ୍ପରିକ ପାଟ, ମଠା, ବାନ୍ଧକଳା ସର୍ବୋପରି ରାଜ୍ୟର ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି । ଶିଖରଚଣ୍ଡି ଛକରୁ ବାହାରି ଏହି ପାଟଥନ୍ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା। ହଜାର ହଜାର ସଂଖ୍ୟାରେ ରଙ୍ଗ ବେରଙ୍ଗର ପାଟ ଶାଢ଼ି ପିନ୍ଧି ମହିଳାମାନେ ଦୌଡ଼ିଥିଲେ । ଏକ ଅନନ୍ୟ ଦୃଶ୍ୟ ସୃଷ୍ଟି ହୋଇଥିଲା । ଯାହା ଓଡ଼ିଶା ଏବଂ ଦେଶ ବିଦେଶରେ ଏକ ସମ୍ପୂର୍ଣ୍ଣ ଭିନ୍ନଧରଣର କାର୍ଯ୍ୟକ୍ରମ ଥିଲା ।
ଏହି ପାଟଥନରେ ସୁଚିତା ତିର୍କୀ ପ୍ରଥମ, ସଞ୍ଜିତା ପରିଡା ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପୌରୋହିତ୍ୟ କରି ମାରାଥନ୍ ଏବଂ ଆଜିର ପାଟଥନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିଥି ଭାବେ ବିଏମସି ମେୟର ସୁଲୋଚନା ଦାସ, କିଟ୍ କିସ୍ ସଭାପତି ଶାଶ୍ବତୀ ବଳ, ଅର୍ଜୁନ ପୁରସ୍କାର ପ୍ରାପ୍ତ ମିନତି ମହାପାତ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ଆଥଲେଟ୍ ଶ୍ରାବଣୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।