
ସୂଚନା ଅନୁସାରେ ପ୍ରଦୀପ ମୁଣ୍ଡା ଓ ତାଙ୍କର ସ୍ତ୍ରୀ ଆଜି ଅପରାହ୍ଣରେ ୧୪୩ ନମ୍ବର ଜାତୀୟ ରାଜପଥ ଦେଇ କୌଣସି କାମରେ ବାହାରିଥିଲେ। ଉପରବାହାଲ ଛକ ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ୍ଟି ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବଣାଇ ପୁଲିସ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ହାତୀବାହାଳ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।