Spread the love

 

modi-shah-nadda-pti-750x430

କନ୍ନୁର: ଆଗାମୀ ଦୁଇ/ତିନି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ହେବ। ଲୋକକସଭା ନିର୍ବାଚନ ପୂର୍ବରୁ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ନେତୃତ୍ବରେ ଏନ୍‌ଡିଏ ଆଜି (କେରଳ) କେରଳରେ ଏକମାସ ବ୍ୟାପି ପଦଯାତ୍ରା ଆରମ୍ଭ କରୁଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କାସରଗୌଡ଼ ଜିଲ୍ଲାରେ ଏହି ପଦଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ରାଜ୍ୟ ସଭାପତି କେ ସୁଦର୍ଶନ ପଦଯାତ୍ରାର ଆରମ୍ଭ କରିବେ ଓ ସେ ଧାର୍ମିକ ଓ ସାମାଜିକ ନେତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜଡ଼ିତ ରହୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବେ। ଏଥି ସହିତ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ହିତାଧିକାରୀମାନଙ୍କୁ ଅବଗତ କରିବେ।
ଶ୍ରୀ ନଡ୍ଡା ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ସୁରେନ୍ଦ୍ରନ ମଧୁର ମନ୍ଦିର ଯିବେ। ପଦଯାତ୍ରା ଜାନୁଆରି ୨୯ରେ କନ୍ନୁର, ୩୦ରେ ବାୟନାଡ ଓ ୩୧ରେ ୱଇକାରା ପହଞ୍ଚିବ। ଫେବ୍ରୁଆରି ୧୨ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଦଯାତ୍ରାର ତିରୁଅନନ୍ତପୁରମ ପର୍ଯ୍ୟାୟକୁ ଶୁଭାରମ୍ଭ କରିବେ। ଏହି ପଦଯାତ୍ରା ଫେବ୍ରୁଆରି ୨୭ରେ ପଲକ୍କଇ ଜିଲ୍ଲାରେ ଶେଷ ହେବ।

 

Leave a Reply

Your email address will not be published. Required fields are marked *