
ମହମୁଦ ଅଲି କେସିଆର ପାର୍ଟିର ବିଆରଏସର ନେତା। ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ତେଲେଙ୍ଗାନାର ଡେପୁଟି ସିଏମ ରହିଥିଲେ। କିସିଆରର ଦ୍ବିତୀୟ କାର୍ଯ୍ୟାଳୟରେ ମହମୁଦ ଅଲ୍ଲିଙ୍କୁ ରାଜ୍ୟ ଗୃହ ମନ୍ତ୍ରାଳୟ, ଜେଲ ସେବା ପ୍ରଦାନ କରାଯାଇଥିଲା
ମହମୁଦ ଅଲ୍ଲି ତେଲେଙ୍ଗାନାରେ ଗୃହମନ୍ତ୍ରୀ ରହିବା ସମୟରେ ମହିଳାଙ୍କୁ ନେଇ ଏକ ବୟାନ ଦେଇଥିଲେ। ଯାହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ମହମୁଦ କହିଥିଲେ, ‘ଛୋଟ ପୋଷାକ ପିନ୍ଧିଲେ ମହିଳାଙ୍କୁ ଅସୁବିଧା ହୋଇପାରେ।’
କେବଳ ଏତିକି ନୁହେଁ ୨୦୨୩ରେ ମହମୁଦ ଅଲ୍ଲି ପଶୁପାଳନ ମନ୍ତ୍ରୀ ତଲସାନି ଶ୍ରୀନିବାସ ଯାଦବଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ମଞ୍ଚରେ ପହଞ୍ଚିଥିଲେ। ଏହି ସମୟରେ ହାତରେ ଫୁଲତୋଡ଼ା ନଥିବାରୁ ସେ ଘରୋଇ ସୁରକ୍ଷା ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ।