
ବିବାହ ପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇଛି। ଏହାସହ ବାହାଘରର ତାରିଖ, ଲଗ୍ନ ମଧ୍ୟ ଏହି କାର୍ଡରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଦୀ କରାଯାଇଥିବା ବେଳେ ଆଜି ହିଁ ବରାନୁଗମନ ହୋଇଛି। ବରଯାତ୍ରୀମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। ବିବାହ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବେଦୀ ତିଆରି ହୋଇଥିଲା। ମୁରୁଜ ପଡ଼ିଥିଲା। ଥାଳିରେ ବିବାହ ସାମଗ୍ରୀ ସଜା ହୋଇଥିଲା। ପୁରୋହିତ ଥିଲେ। ହୋମଯଜ୍ଞ ଆୟୋଜନ ହୋଇଥିଲା। ବାହାଘର ଗୀତ ବାଜିଥିଲା। ବର ଓ କନ୍ୟା ବେଶରେ ଉଭୟ ଦଳର ନେତାଙ୍କ ବେଶରେ ପ୍ରତିନିଧି ପହଞ୍ଚିଥିଲେ।
ସେ ଆହୁରି କହିଛନ୍ତି, ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। କେନ୍ଦ୍ରର ସମସ୍ତ ବିଲ୍କୁ ପାର୍ଲାମେଣ୍ଟରେ ସମର୍ଥନ କରୁଛି ବିଜେଡି। ଓଡ଼ିଶାରେ ବିଜେଡି ଯାହା କରୁଛି ବିଜେପି ତାକୁ ସମର୍ଥନ କରୁଛି। ସେମାନଙ୍କ ସଂପର୍କ ଏତେ ନିବିଡ ଯେ ରାଜ୍ୟସଭାକୁ ସାଂସଦ ପଠାଇଲା ବେଳେ ମଧ୍ୟ ଉଭୟ ମିଶି ପଠାଉଛନ୍ତି। ବାହାରେ ବିଜେପି ଓ ବିଜେଡି ଡ୍ରାମା କରୁଛନ୍ତି। ଭିତରେ କୋଳାକୋଳି ହୋଇକି ଅଛନ୍ତି।
ଜଗନ୍ନାଥର ମାଟି ଓଡ଼ିଶା। ଏଠି ଲିଭ୍ ଇନ୍ ରିଲେସନ ଗ୍ରହଣୀୟ ନୁହେଁ। ବିଜେପି ଓ ବିଜେଡି ଲିଭ୍ ଇନ୍ ରିଲେସନରେ ଏତେ ବର୍ଷ ରହିବା ଠିକ୍ ନୁହେଁ। ଏଥିପାଇଁ ଉଭୟଙ୍କ ବିବାହ କରାଯାଉଛି। ବିଜେଡି ଓ ବିଜେପି ଏକ। ସେମାନେ ସାଧାରଣ ଲୋକଙ୍କ ପାଇଁ କେବେ ରାଜରାସ୍ତାକୁ ଓହ୍ଲାଇବେ ନାହିଁ। ଏଥିପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ସେମାନଙ୍କୁ ବିବାହ କରାଯାଇ ସେମାନଙ୍କୁ ଏକ କରାଯାଉଛି।
ତେଲଙ୍ଗାନାରେ ବିଆରଏସ ଓ ବିଜେପିର ବିବାହ ହୋଇଥିଲା। ସେହିପରି ଓଡ଼ିଶାରେ ମଧ୍ୟ ବିଜେପି ଓ ବିଜେଡି ବିବାହ କରାଯାଉଛି। ଦୁଇ ଦଳ ଶଙ୍ଖ ଭବନରେ ଯାଇ ରୁହନ୍ତି। ନ ହେଲେ ବିଜେପି ତାର କାର୍ଯ୍ୟାଳୟକୁ ଶଙ୍ଖ ଭବନକୁ ଉଠାଇ ନେଉ। ଉଭୟ ଦଳ ମିଶି ଓଡ଼ିଶାକୁ ଖୋଳ କରି ଦେଲେଣି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
କଂଗ୍ରେସ କରୁଥିବା ବିବାହକୁ ନେଇ ବିଜେଡି ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେପି ନିଜର ମନ୍ତବ୍ୟ ରଖିଛି। ରାଜ୍ୟ ବିଜେପିର ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, କଂଗ୍ରେସର ବୁଦ୍ଧି ଭ୍ରଷ୍ଟ ହୋଇଗଲାଣି। କଂଗ୍ରେସ ଓଡ଼ିଶାରୁ ସମ୍ପୂର୍ଣ୍ଣ ଦେଶରୁ ବିଲୁପ୍ତ ହେବାର ସ୍ଥିତିରେ ପହଞ୍ଚିଲାଣି। ଏଥିପାଇଁ କଂଗ୍ରେସର ମାନସିକ ଉଦବେଗ ପ୍ରତିଫଳନ ହେଉଛି। କଂଗ୍ରେସ ଏପରି ନାଟକ କରି ଚର୍ଚ୍ଚାକୁ ଆସିବାକୁ ଚାହୁଁଛି।