
ସୂଚନା ଅନୁସାରେ ରସୁଲଗଡ଼ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥର ଏକ କଣ୍ଟାବୁଦାରେ ଅଖାରେ ଭର୍ତ୍ତି ଥିବା ଶିଶୁକୁ ଏହି ରାସ୍ତାଦେଇ ଯାଉଥିବା ଜଣେ ଲୋକ ଦେଖିଥିଲେ। ଏବାଦରେ ସେ ଅନ୍ୟମାନଙ୍କୁ କହିବାରୁ ଘଟଣାସ୍ଥଳରେ ଲୋକଙ୍କର ଭିଡ଼ ଲାଗିଥିଲା। ଶେଷରେ ଅଖାବସ୍ତା ଭିତରୁ ମୃତ ଶିଶୁକୁ ଉଦ୍ଧାର କରାଯାଇଥିଲା।
ରାଜଧାନୀ ଭଳି ଶିକ୍ଷିତ ସ୍ଥାନରେ ଏଭଳି ଘଟଣା ବୁଦ୍ଧିଜୀବୀଙ୍କୁ ହତବାକ କରିଛି। ତେବେ ନବଜାତକୁ ମୃତ ଅବସ୍ଥାରେ ଫିଙ୍ଗା ଯାଇଛି ନା ଜୀବତି ଥିବା ବେଳେ ଏଭଳି କାମ କରାଯାଇଛି ତଦନ୍ତ ପରେ ଜଣାପଡ଼ିବ।
ସୂଚନାଯୋଗ୍ୟ, ରାଜ୍ୟରେ ନବଜାତ ଶିଶୁ ରାସ୍ତାକଡ଼, ମନ୍ଦିର ବେଢ଼ା, ହସ୍ପିଟାଲ ପଛପଟ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ ପ୍ରକାରର ଘଟଣା ଦେଖିବାକୁ ମିଳିଛି।