
ଆଗକୁ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ ସହ ଆପ୍ କୌଣସି ମେଣ୍ଟ କରିବନି। ଆମ୍ ଆଦମୀ ନିର୍ବାଚନ ଏକା ଲଢ଼ିବ ବୋଲି ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେପଟେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି।
ଏହାପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବଓ୍ୱାନ୍ତ ମାନ ଅନେକ ଥର ସାଧାରଣ ସଭାରେ ଏକା ଲଢ଼ିବାକୁ କହିସାରିଛନ୍ତି। ପଞ୍ଜାବର ୧୩ଟି ଆସନ ପାଇଁ ୪୦ଟି ନାମ ବିଚାର କରାଯାଉଛି। ପ୍ରାର୍ଥୀଙ୍କ ସମ୍ପର୍କରେ ଏକ ସର୍ଭେ ଚାଲିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମିଣ୍ଡିଆ ମିଳିତ ମଞ୍ଚରେ ସବୁକିଛି ଠିକ୍ ଚାଲିନାହିଁ।
ଏହାପୂର୍ବରୁ ତ୍ରୁଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। ତାଙ୍କ ଦଳ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ ବୋଲି ସେ କହିଥିଲେ। ଏଥିସହ କଂଗ୍ରେସ ସହ କୌଣସି ମେଣ୍ଟ ନଥିବା ସେ ସ୍ପଷ୍ଟ କରିଥିଲେ।