
ଏହା ପୂର୍ବରୁ ୧୯୯୧ ମସିହାରେ ପ୍ରାଚୀନ ମୂର୍ତ୍ତି ସ୍ୱୟଂଭୂ ମୂର୍ତ୍ତି ଭଗବାନ ବିଶ୍ୱେଶ୍ୱରନାଥଙ୍କ ମାମଲାରେ ଏଏସଆଇ ପ୍ରଶାନ୍ତ ସିଂଙ୍କ ଫାଷ୍ଟଟ୍ରାକ୍ କୋର୍ଟରେ ଏକ ଧଳା ସିଲବନ୍ଦ ପ୍ୟାକେଟ୍ ରେ ଜ୍ଞାନବାପି ସର୍ଭେ ରିପୋର୍ଟ ଦାଖଲ କରିଥିଲା। ଏବେ ଆସନ୍ତାକାଲି ଏହାର ଶୁଣାଣି ହେବ। ଏଏସ୍ଆଇ ପକ୍ଷରୁ ସ୍ବତନ୍ତ୍ର ଗଭର୍ଣ୍ଣିଂ କାଉନସିଲ୍ ଅମିତ ଶ୍ରୀବାସ୍ତବ ଓ ଶମ୍ଭୁଶରନ ସିଂହ ଏଏସ୍ଆଇ ଅଧିକାରୀଙ୍କ ସହ କୋର୍ଟରେ ପହଞ୍ଚି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦର୍ଶାଇ ଭଗବାନ ବିଶ୍ୱେଶ୍ୱର ମୂଳ ମାମଲାରେ ଆବେଦନ କରିଥିଲେ। ଜାନୁଆରି ୨୫ତାରିଖରେ ରିପୋର୍ଟ ଦାଖଲ ହେବାର ଥିଲା।
ସୂଚନାଯୋଗ୍ୟ ଯେ ଏହି ମସଜିଦ ମଧ୍ୟରେ ସ୍ବୟମ୍ଭୁ ଶିବଲିଙ୍ଗ ଅଛନ୍ତି ବୋଲି ହିନ୍ଦୁମାନେ ବିଶ୍ବାସ କରନ୍ତି ।