
ତନୁଶ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ। ସେମାନେ ତନୁଶ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଅଘଟଣ ସମୟରେ ଘରେ ତନୁଶ୍ରୀଙ୍କ ସ୍ବାମୀ ଅଶୋକ ସାହୁ ଘରେ ନ ଥିଲେ। ସେ ନିଜ ଦୋକାନରେ ଥିଲେ। ଅଭିଯୁକ୍ତ ନରେନ୍ଦ୍ର ସାହୁ ଜଣେ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ହେତୁ ତାଙ୍କ ଉପରେ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତା’ଉପରେ ରହିଛି ସମସ୍ତଙ୍କ ନଜର। ତେଣେ ତନୁଶ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।