
ମୋଟୁ ପଲିସ ସବଇନ୍ସପେକ୍ଟର ଲକ୍ଷ୍ମୀଧର ଲେଙ୍କାଙ୍କ ନେୃତ୍ୱରେ ଏହି ଚୋରା କଇଁଛକୁ ଜବତ କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୁଲିସ ମିନି ଟ୍ରକ୍ (ଏପି୩୯ଟିଏସ ୭୧୬୦)କୁ ଜବତ କରିବା ସହିତ ଏହି ଚୋରା ଚାଲାଣରେ ସଂକ୍ତୃକ୍ତ ଥିବା ୪ଜଣ ଅଭିଯୁକ୍ତକୁ ବନ ବିଭାଗ ଅଟକ ରଖି ଅଧିକ ପଚରା ଉଚରା କରୁଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ଥିବାରୁ ଦୈନିକ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଅଂଚଳରୁ ଶହଶହ ଚୋରାରେ କଇଁଛ ଓଡ଼ିଶା ଭିତରକୁ ପ୍ରବେଶ କରିଥାଏ। ସିଲେରୁ ନଦୀରେ ଥିବା ବିଭିନ୍ନ ଚୋରା ନଦୀ ଘାଟ ଦେଇ କାଲିମେଳା ବ୍ଳକର ବିଭିନ୍ନ ସ୍ଥାନକୁ ଏହି କଇଁଛ ଚାଲାଣ ହୋଇ ଆସୁଛି। କମ ଦାମରେ କଇଁଛ କିଣି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ କିଲୋ ପ୍ରତି ୪ ଶହରୁ ୫ଶହ ଟଙ୍କାରେ ବିକ୍ରି କରି ବେପାରୀମାନେ ମାଲାମାଲ ହେଉଛନ୍ତି।