
ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ମତଦାତାଙ୍କ ପାଖରେ ପହଞ୍ଚତ୍ବାକୁ ଲକ୍ଷ୍ୟ ରଖିଛି। ଏନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପ୍ରତି ପରିବାର ସହିତ ପୂର୍ବରୁ ସମ୍ପର୍କ ରହିଛି। ଏହାକୁ ଆହୁରି ନିବିଡ଼ କରିବା ସହ ପରିବାରର ଆବଶ୍ୟକତା ସମ୍ପର୍କରେ ଜାଣିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି। ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ସୁବିଧା ମିଳୁଛି କି ନାହିଁ, ସେ ସମ୍ପର୍କରେ ତଥ୍ୟ ନେବା ପାଇଁ ଦଳୀୟ କର୍ମକର୍ତ୍ତା ପରିବାର ପାଖରେ ପହଞ୍ଚତ୍ବେ। ସମାଜର ସବୁବର୍ଗଙ୍କୁ ଏଥିରେ ସମ୍ପୃକ୍ତ କରିବାର ସୁଯୋଗ ମିଳିବ। ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ନବୀନ ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚତ୍ବ। ଜାନୁଆରୀ ୨୩ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ।