Spread the love

 

9a7ac18a-82c2-4530-8a98-b774a41b61e6

କାଲିମେଳା: ଉପରେ କୁଣ୍ଡା, ଭିତରେ ଗଂଜେଇ। ଏହିପରି ଭାବରେ ଗଂଜେଇ ଚାଲାଣ କରାଯାଉଥିବାବେଳେ କାଲିମେଳା ପୁଲିସ ଏକ ଟ୍ରକ ସହ ବିପୁଳ ପରିମାଣର ଗଂଜେଇ ଜବତ କରିବାରେ ସଫଳ ହୋଇଛି। ଏଥି ସହିତ ୨ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
ଆଜି ସକାଳେ ସବୁଦିନ ପରି କାଲିମେଳା ଫାୟାର ଷ୍ଟେସନ ନିକଟରେ ଥିବା ନାକାରେ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ନେତ୍ୱତ୍ୱରେ ପୁଲିସ ଯାନବାହାନ ଯାଞ୍ଚ କରୁଥିଲା। ତେବେ ମାଲକାନଗିରି ପଟୁ ମୋଟୁ ଯାଉଥିବା ଏକ ଆଇଚର ଟ୍ରକକୁ ପୁଲିସ ସଂଦେହରେ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକରେ ବସ୍ତାବସ୍ତା କୁଣ୍ଡା ଥିବାବେଳେ ଟ୍ରକର ଡ଼ାଲା ଭିତରେ ଏକ ସିକ୍ରେଟ୍‌ ଚାମ୍ବରରେ ୬୩୧ କିଲୋ ଗଂଜେଇ ଥିବା ଦେଖାଯାଇଥିଲା। ଏହି ଗଂଜେଇକୁ ପ୍ୟାକେଟ କରାଯାଇ ଚାମ୍ବର ଭିତରେ ଲୁଚାଇ ରଖାଯାଇ ଉପରେ କୁଣ୍ଡା ବସ୍ତା ରଖାଯାଇଥିଲା। ବିଭିନ୍ନ ପ୍ୟାକଟରେ ଅତି ସତର୍କତାର ସହିତ ଏହି ଗଂଜେଇ ସବୁ ରଖାଯାଇ ହାଇଦ୍ରାବାଦକୁ ଚାଲାଣ କରାଯାଇଥାନ୍ତା।
ଜବତ ଗଂଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଓଜନ କରିବାରୁ ସେଥିରେ ୬୩୧ କେଜି ଗଂଜେଇ ରହିଥିବାର ଜଣାପଡ଼ିଥିଲା। ଯାହାର ବଜାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ କାଲିମେଳା ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

 

Leave a Reply

Your email address will not be published. Required fields are marked *