
ବଲାଙ୍ଗୀର ଜିଲ୍ଲାପାଳ ଥିବା ଚଞ୍ଚଳ ରଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ରାୟଗଡା ଜିଲ୍ଲାପାଳ ଥିବା ସ୍ଵଧା ଦେବ ସିଂହଙ୍କୁ ନୟାଗଡ ଜିଲ୍ଲାପାଳ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସିଏମସି କମିଶନର, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମସଚିବ ଭାବେ ବଦଳି କରାଯାଇଛି | କୋରାପୁଟ ଜିଲ୍ଲାପାଳ ଥିବା ଅବଦଲ ଏମ ଅଖତାରଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ଶ୍ରମ କମିଶନର ଭାବେ ବଦଳି କରାଯାଇଛି | ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ହସ୍ତଶିଳ୍ପ ଯୁଗ୍ମସଚିବ ଭାବେ ବଦଳି କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂହଙ୍କୁ କେଉଁଝର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି |
ରାଉରକେଲା ମ୍ୟୁନିସିପାଲଟି କମିଶନର ଥିବା ଡ଼.ଶୁଭଙ୍କର ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ କୀର୍ତ୍ତି ଭାଶନଙ୍କୁ କୋରାପୁଟ ଜିଲ୍ଲାପାଳ, ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି | ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଥିବା ଜେ ସୋନାଲଙ୍କୁ ବୌଦ୍ଧ ଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ସମ୍ୱଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି | ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲାପାଳ, ଅନୟା ଦାସଙ୍କୁ ସୋନପୁର ଜିଲ୍ଲାପାଳ, ମନୋଜ ମହାଜନଙ୍କୁ ରାୟଗଡା ଜିଲ୍ଲାପାଳ, ପାୱାର ସଚିନ ପ୍ରକାଶଙ୍କୁ ମାଲକାନଗିରି ଜିଲ୍ଲାପାଳ, ଗୌରବ ଶିବାଜୀ ଇସାଲୱାରଙ୍କୁ ବଲାଙ୍ଗୀର ଜିଲ୍ଲାପାଳ, କୁଲକମି ଆଶୁତୋଷଙ୍କୁ ରାଉରକେଲା ମ୍ୟୁନିସିପାଲଟି କମିଶନର, ବାଲିଗୁଡା ଉପଜିଲ୍ଲାପାଳ ମଧୁମିତାଙ୍କୁ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର କମିଶନର, କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କୁ ମୟୁରଭଞ୍ଜ ଏଡ଼ିଏମ ଭାବେ ବଦଳି କରାଯାଇଛି |