
ବାସୁଦେବପୁର ବ୍ଲକ୍ ରୋଡ୍ କାଳୀପୂଜା କମିଟି ପକ୍ଷରୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆୟୋଜନ କରାଯାଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ତା’ପରେ ବିଶାଳ ଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ଦୀପର ଉଚ୍ଚତା ୭ ଫୁଟ ଓ ଓସାର ୧୫ ଫୁଟ ରହିଛି। ଆଜି ମଧ୍ୟାହ୍ନ ୧୨ଟା ୨୯ ମିନିଟ୍ ସମୟରେ ଏହି ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ମହାଦୀପରେ ୧୨,୦୦୦ ଲିଟର ଘୄତ ଓ ତୈଳ ଦିଆଯାଇଥିଲା।
ମହାଦୀପକୁ ଦେଖିବା ପାଇଁ ଜିଲ୍ଲାର ରାମ ଭକ୍ତ ଓ ସାଧାରଣ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଆଉ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରିବା କରିଥିଲେ। ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ପରିବେଶ। ଏଥି ସହିତ ପ୍ରଭୁ ରାମଚନ୍ଦ୍ରଙ୍କର ବିଭିନ୍ନ ପୂଜା ଅର୍ଚ୍ଚନା ମଧ୍ୟ ଚାଲିଛି।