
ସୂଚନା ଅନୁସାରେ, କାଟାଗୋରି ୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ । ସେହିଭଳି କାଟାଗୋରି ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଓ ସମ୍ବଲପୁର ଏସପି ମୁକେଶ ଭାନୁ ଓ କାଟାଗୋରି ୩ରେ ବରିଷ୍ଠ ଓପିଏସ ତଥା ବିପିଏସପିଏର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର, ଏସିପି ମାନସ ଗଡ଼ନାୟକ ଏହି ପୁରସ୍କାର ପାଇବେ ।
କାଟାଗୋରି ୪ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନୀଲ ଆନନ୍ଦ, ଗଞ୍ଜାମ ପାଟପୁର ଥାନା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ହେମାମାଳିନୀ ନାୟକ ପଦକ ପାଇବା ବେଳେ କାଟାଗୋରି ୫ରେ ରାଉରକେଲା ଏସଆଇ ଦିଲ୍ଲୀପ ନାୟକ, ଭୁବନେଶ୍ୱର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ୱାଇଁ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଞ୍ଜୟ ପଟ୍ଟନାୟକ ପୋଲିସ ପଦକ ପାଇବେ ।
ସେହିପରି କାଟାଗୋରି ୬ରେ ଏଏସଆଇ ବିକାଶ ପାତ୍ର, ପ୍ରଜାପତି ମେହେର ଓ ପ୍ରଶାନ୍ତ ବିଶ୍ୱାଳ ଏହି ପଦକ ପାଇବାକୁ ଥିବା ବେଳେ କାଟାଗୋରି ୭ରେ କନଷ୍ଟେବଳ ରମେଶ ସାହୁ, ସନାତନ ସାହୁ, ନରେଶ ଚୌଧୁରୀ, ଓଏସଏପି ସିପାହୀ ବିଶ୍ୱକର୍ମା ମୁଣ୍ଡା ଓ ସିପାହୀ କେଦାରନାଥ ମିଶ୍ର ରାଜ୍ୟପାଳ ପୋଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।