
ସୂଚନା ଅନୁସାରେ, ରାଜ୍ୟ ଭିତରେ ଓ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରାଉରକେଲାରେ ୭ଟି ଓ ସୁନ୍ଦରଗଡ଼ରେ ୨ଟି ସ୍ଥାନରେ ରେଡ୍ ହୋଇଛି। ରାଜଗାଙ୍ଗପୁରରେ ମଧ୍ୟ ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ। ରାଜ୍ୟ ବାହାରେ କୋଲକତା, ମୁମ୍ବାଇ ଏବଂ ଛତିଶଗଡ଼ର ରାୟଗଡ଼ ଓ ରାୟପୁରରେ ଥିବା ତାଙ୍କ ଘର, ଅଫିସ୍ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଜାରି ରହିଛି । ତୃତୀୟ ଦିନ ଚଢାଉ ପରେ ତିନିଟି ବ୍ୟାଗରୁ ୨ କିଲୋ ସୁନା ଜବତ କରାଯାଇଛି । ତେବେ ଘନସ୍ୟାମ , ତାଙ୍କ ଭାଇ ଯୋଗେଶ ଓ ସହଯୋଗୀ ନନ୍ଦ କିଶୋର ଅଗ୍ରୱାଲଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଜବତ କରାଯାଇଥିବା ସୂଚନା ମଳିଛି । ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛନ୍ତି ଆୟକର ଟିମ୍ । ଲଗାତାର ୪ ଦିନ ଧରି ଏହି ଚଢ଼ାଉ ଚାଲିଥିବା ବେଳେ ଏକ ବଡ଼ଧରଣର ଟିକସ ଫାଙ୍କିର ସତ୍ୟତା ସାମ୍ନାକୁ ଅ।ସିବ ବୋଲି ଅନୁମାନ କରାଯାଉଛି।