
ଗତକାଲି ରାତିରେ ବିର୍ଜାମ ଗାଁରେ ବୋରୱେଲ୍ ଖୋଳାଯାଉଥିଲା। ତେଲ ସରିଯିବାରୁ କିଛି ଶ୍ରମିକ ମାନେ ତେଲ ପାଇଁ ନିକଟ ବଜାରକୁ ଯାଇଥିଲେ। ଅନ୍ୟ ୫ଜଣ ଶ୍ରମିକ ଗାଡ଼ିପାଖରେ ଶୋଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିଲେ। ତେଲ ନେଇ ଅନ୍ୟ ଶ୍ରମିକମାନେ ଫେରିଲା ବେଳେ ୫ଜଣ ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ିଯାଇଥିବା ଦେଖିଥିଲେ।
ଏହାସହ ଡ୍ରାଇଭର ଘଟଣାସ୍ଥଳରେ ନଥିବା ଶ୍ରମିକ ମାନେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶ୍ରମିକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲା। ଡାକ୍ତର ୪ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହାସହ ମୃତହହାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ସୂଚନା ଼ ରହିଛି।