
ତେବେ ଗମାଙ୍ଗଙ୍କ ପରିବାର ସମେତ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ ଆଜି କଂଗ୍ରେସରେ ବିଦ୍ଧିବଦ୍ଧ ଭାବେ ମିଶିଛନ୍ତି । ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।
ଖବର ଅନୁଯାୟୀ, ଗିରିଧର ଗମାଙ୍ଗ ୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ହେଲେ ପ୍ରତିଶୃତି ମୁତାବକ, ତାଙ୍କୁ ତାଙ୍କ ପରିବାରକୁ କୌଣସି ଟିକେଟ୍ ମିଳିନଥିଲା । ସେନେଇ୨୦୨୩ ମସିହାରେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ସାମିଲ ହୋଇଥିଲେ । ବିଆରଏସ୍ ପକ୍ଷରୁ ମଧ୍ୟ ଅନେକ ପ୍ରତିଶୃତି ମିଳିଥିଲା । ହେଲେ ସେମିତି କିଛି ଦେଖିବାକୁ ମିଳିଲା ନାହିଁ । ଯାହାକୁ ନେଇ ଗମାଙ୍ଗ ପରିବାର ପୁଣି ଥିରେ କଂଗ୍ରେସକୁ ଫେରିଛନ୍ତି ।