Spread the love

 

baruneswar

ଯାଜପୁର  : ଯାଜପୁର ବିଂଝାରପୁର ବ୍ଳକ ଅରେଇରେ ବରୁଣେଶ୍ୱର ମହୋତ୍ସବ କମିଟି ପକ୍ଷରୁ ବରୁଣେଶ୍ୱର ମହୋତ୍ସବ ଉଦଘାଟିତ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦଘାଟନ କରିଥିଲେ। ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱ କରିଥିଲେ। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସାଂସଦ ଶର୍ମିଷ୍ଠା ସେଠୀ, ରାଜ୍ୟସଭା ସାଂସଦ ସୁଲତା ଦେଓ, ସମ୍ମାନିତ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ,କୋରେଇ ବିଧାୟକ ଅଶୋକ ବଳ ପ୍ରମୁଖ ଯୋଗଦେଇ ବରୁଣେଶ୍ୱରଙ୍କ ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଞ୍ଝାରପୁର ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଓଲିଉଡର କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଙ୍ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ।

 

Leave a Reply

Your email address will not be published. Required fields are marked *