
ପୁଲିସର କହିବା ମୁତାବକ, ଶନିବାର ଭୋର ୩ଟାରେ ଜଗନ୍ ଆମାଜନ ଟ୍ରାଭେଲ ବସ୍ ହାଇଦ୍ରାବାଦରୁ ଚିତ୍ତୋର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଡ୍ରାଇଭର ଶୋଇପଡିବାରୁ ବସ୍ ଓଲଟି ପଡିଥିଲା। ବସ ଓଲଟିବା ପରେ ଯାତ୍ରୀମାନେ ତୁରନ୍ତ ବସରୁ ଓହ୍ଲାଇ ପଡ଼ିଥିଲେ। ଜଣେ ମହିଳାଙ୍କ ହାତ ବସ ଭିତରେ ଫସି ଯାଇଥିବାରୁ ସେ ତଳକୁ ଓହ୍ଲାଇ ପାରିନଥିଲେ। ଏହା ଫଳରେ ବସରେ ନିଆଁ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା।
ମୃତ୍ୟୁ ହୋଇଥିବା ମହିଳାଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।