
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ସଶସ୍ତ୍ର ନକ୍ସଲମାନେ ସମଥା ଗାଁକୁ ଆସି ନେଲସନଙ୍କୁ ଘେରି ଯାଇଥିଲେ। ପରେ ତାଙ୍କୁ ଗାଁରୁ ବାହାରକୁ ନେଇ ନିସ୍ତୁକ ମାଡ଼ ମାରିବା ପରେ ଗୁଳି କରି ହତ୍ୟା କରିଥିଲେ । ଏହା ସହିତ ତାଙ୍କର ଫୋନ୍, ଅନ୍ୟ ସାମଗ୍ରୀକୁ ପୋଡ଼ି ଦେଇଥିଲେ । ତେବେ ତାଙ୍କୁ ହତ୍ୟା କରିବା ପଛର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ତାଙ୍କର ମୃତଦେହ ନିକଟରେ ଏକ ପୋଷ୍ଟର ଛାଡି ଚାଲିଯାଇଛନ୍ତି ନକ୍ସଲ ।
ସୂଚନାଯୋଗ୍ୟ ଯେ, ପ୍ରଥମେ ନେଲସନ ନକ୍ସଲ ସଂଗଠନରେ ମିଳିତ ଥିଲେ । କିନ୍ତୁ ପରେ ନକ୍ସଲ ସଂଗଠନ ଛାଡି ସେ ରାଜ୍ୟରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ ।