
ସରକାରୀ ବ୍ୟାପାର ତଥା ଜନ ନୀତିର ମୁଖ୍ୟ ମୀରା ଚାଟଙ୍କୁ ଏକ ଚିଠିରେ ଏନସିପିସିଆର ମୁଖ୍ୟ ପ୍ରିୟଙ୍କା କାନୁନ୍ଗୋ ଲେଖିଛନ୍ତି, ‘‘ୟୁଟ୍ୟୁବ୍ ଚ୍ୟାନେଲ୍ରେ ମା ଏବଂ ପୁଅଙ୍କ ସହ ଜଡିତ କିଛି ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳୁଛି। ଭିଡିଓଗୁଡ଼ିକରେ ମାଆ ଓ ପୁଅ ମଧ୍ୟରେ ଚୁମ୍ବନରୁ ନେଇ ଅନେକ ଅଶ୍ଳୀଳ କାର୍ଯ୍ୟ ଦେଖିବାକୁ ମିଳୁଛି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ।’’
ଏହାସହ କାନୁନଗୋ ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା କରି କହିଛନ୍ତି, ‘‘ୟୁଟ୍ୟୁବରେ ମା ଏବଂ ପୁଅଙ୍କୁ ନେଇ ଅନେକ ଅଶ୍ଳୀଳ ଭିଡିଓ ରହିଛି। ଯାହାକି ପୋକ୍ସୋ ଆଇନକୁ ଉଲ୍ଲଂଘନ କରୁଛି। ୟୁଟ୍ୟୁବ୍ ଏହାକୁ ଠିକ୍ କରିବାକୁ ପଡିବ। ଅପରାଧୀଙ୍କୁ ଜେଲ ଯିବାକୁ ପଡିବ। ଏହିପରି ଭିଡିଓଗୁଡିକର ବ୍ୟବସାୟିକୀକରଣ ‘ପର୍ଣ୍ଣ’ ଭିଡିଓ ବିକିବା ସହ ସମାନ। ଯେଉଁମାନେ ଏଭଳି କାମରେ ଲିପ୍ତ ଅଛନ୍ତି ମେସାନଙ୍କୁ ଜେଲ୍ ପଠାଯିବା ଉଚିତ।’’