
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ୨୦୨୪-୨୫ର ପ୍ରଥମ ୪ ମାସ ପାଇଁ ଏକ ଅନ୍ତରୀଣ ବା କାମଚଳା ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ଏକ କାମଚଳା ବଜେଟ ଉପସ୍ଥାପନ କରିବେ । ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ପରେ ଲୋକସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ।
ଲୋକସଭା ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ୍ ଆସୁଥିବାରୁ ଏହି ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିବ। କାରଣ ସରକାର ଭୋଟରଙ୍କୁ ଆକୃଷ୍ଟ କରିବାକୁ କେତେକ ଲୋଭନୀୟ ଘୋଷଣା କରିପାରନ୍ତି । ଆୟକର ସୀମା ବଢିପାରେ । ଅନ୍ତରୀଣ ବଜେଟରେ କୃଷକମାନଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧିକୁ ଦୁଇଗୁଣା କରିବାକୁ ପ୍ରସ୍ତାବ ଆସିପାରେ । ଖାଲି ସେତିକି ନୁହେଁ, ମହିଳାଙ୍କୁ ନେଇ ମଧ୍ୟ କିଛି ବଡ ଘୋଷଣା ହୋଇପାରେ ।