Spread the love

 

Himanta

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨୨ରେ ଅଯୋଧ୍ୟାର ନବନିର୍ମିତ ରାମମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଠାଯାଇଥିବା ନିମନ୍ତ୍ରଣକୁ କଂଗ୍ରେସ ପକ୍ଷରୁ ମନା କରାଯିବା ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ନିମନ୍ତ୍ରଣକୁ ମନାକରିବାରୁ ବିଜେପି ପକ୍ଷରୁ କଂଗ୍ରେସକୁ ସମାଲୋଚନା କରାଯାଇଛି । ଗୁରୁବାର (ଜାନୁଆରୀ ୧୧) ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ କଂଗ୍ରେସକୁ ଏହି ସମାରୋହକୁ ଡାକିବା ହିଁ ଉଚିତ ନଥିଲା।
ସୋସିଆଲ ମିଡିଆ ସାଇଟ ଏକ୍ସରେ ଶ୍ରୀ ଶର୍ମା କହିଛନ୍ତି, ମୋ ମତରେ କଂଗ୍ରେସକୁ ଏହି କାର୍ଯ୍ୟକ୍ରମ ପାଇଁ ଆଦୌ ନିମନ୍ତ୍ରଣ କରାଯିବା ଉଚିତ ନଥିଲା। ଏହା ସତ୍ତ୍ୱେ ତାଙ୍କୁ ନିଜ ପାପ ସୁଧାରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଠାରୁ ସୁବର୍ଣ୍ଣ ସୁଯୋଗ ମିଳିଥିଲା, କିନ୍ତୁ ଦଳ ଏହାକୁ ହରାଇ ନିଜ ପାପକୁ ହ୍ରାସ କରିବାରେ ବିଫଳ ହୋଇଛି । ମୁଁ ସେମାନଙ୍କ ଉପରେ ଦୟା କରିବା ସହିତ ଦୁଃଖ ମଧ୍ୟ ଅନୁଭବ କରୁଛି।
ପଣ୍ଡିତ ନେହେରୁ ସୋମନାଥ ମନ୍ଦିର ପାଇଁ ଯାହା କରିଥିଲେ, କଂଗ୍ରେସର ବର୍ତ୍ତମାନର ଶୀର୍ଷ ନେତୃତ୍ୱ ରାମ ମନ୍ଦିର ସହ ମଧ୍ୟ ସମାନ କରିଛନ୍ତି। ଦେଶର ଜନତା ଓ ଇତିହାସ ସେମାନଙ୍କୁ ଏକ ହିନ୍ଦୁ ବିରୋଧୀ ଦଳ ଭାବେ ବିଚାର କରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ୧୯୫୧ରେ ଗୁଜୁରାଟର ସୋମନାଥ ମନ୍ଦିର ପ୍ରତିଷ୍ଠା ସମାରୋହରେ ତତକାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଜଓ୍ବାହରଲାଲ ନେହରୁଙ୍କ ଆପତ୍ତି ସତ୍ତ୍ବେ ସେ ଯାଇଥିଲେ ।

 

Leave a Reply

Your email address will not be published. Required fields are marked *