
ସୂଚନା ମୁତାବକ, ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନ ଥିବାବେଳେ ପରବର୍ତ୍ତୀ ସମୟରେ ବାୟୁ ଚଳାଚଳ ରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଥିବା ଟ୍ବିଟ୍ କରି ଜଣାଇଛି ପାଣିପାଗ କେନ୍ଦ୍ର ।
ସେହିପରି ଥଣ୍ଡା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଏଥିଯୋଗୁଁ ବିଶେଷକରି ଗାଡି ଚଳାଚଳରେ ଅନେକ ବାଧା ଉପୁଜୁଛି । ଭିଜିବିଲିଟି କମ୍ ହେତୁ ଅନେକ ସମୟରେ ସଡକ ଦୁର୍ଘଟଣା ର ସମ୍ମୁଖୀନ ହୋଇ ପ୍ରାଣ ହରାଉଛନ୍ତି ଲୋକେ । ତେବେ ଆହୁରି କିଛି ଦିନ ଏପରି ଘନ କୁହୁଡି ଦେଖାଯିବା ନେଇ ଆଶଙ୍କା କରିଛି ବିଭାଗ ।